ଭାରତରେ ଏବେ ପେଟ୍ରୋଲ ଦାମ୍ ବଢୁଥିବାରୁ ଇଲେକ୍ରିକ୍ଟ ଗାଡ଼ିର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ପେଟ୍ରୋଲ ଗାଡ଼ି ବଦଳରେ ଲୋକେ ଇଲେକ୍ଟ୍ରି ସ୍କୁଟି ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତେଣୁ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି EV ସ୍କୁଟି ମାର୍କେଟରେ ଲଞ୍ଚ ହୋଇଛି । ଭବିଷ୍ୟତରେ EV ସ୍କୁଟରର ଚାହିଦା ବୃଦ୍ଧି ପାଇବାର ଆଶା ମଧ୍ୟ କରାଯାଉଛି । ଇଲେକ୍ଟ୍ରିକ୍ ସ୍କୁଟରଗୁଡ଼ିକ ଏବେ ଦମଦାର ଫିଚର୍ସ ସହିତ ଆସୁଛି । ତଥାପି, ଏଥର, ଅଟୋ ଇଣ୍ଡଷ୍ଟ୍ରିର ଟେକନିକରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି ।
ବେଙ୍ଗାଲୁରୁ ସ୍ଥିତ ପ୍ୟୁର EV ଷ୍ଟାର୍ଟଅପ୍ E3 Electric । AI ଦେଶର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ସ୍ମାର୍ଟ ଇଲେକ୍ଟ୍ରିକ୍ ସ୍କୁଟର E3 Trionକୁ ଆନୁଷ୍ଠାନିକ ଭାବେ ଭାରତୀୟ ବଜାରରେ ଲଞ୍ଚ କରିଛି । ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ଇଲେକ୍ଟ୍ରିକ୍ ସ୍କୁଟର ଭାବରେ ପରିଚିତ । ଏହି ଦୁଇଚକିଆ ଯାନକୁ ୯୯,୯୯୯ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି । ଏହି ସ୍କୁଟରକୁ କେବଳ ଏକ ଆପ୍-କନେକ୍ଟେଡ୍ ଯାନ ଭାବରେ ନୁହେଁ ବରଂ AI କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି ବୋଲି କମ୍ପାନୀ ଦାବି କରୁଛି ।
ଏହି ଇଲେକ୍ଟ୍ରିକ୍ ସ୍କୁଟରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର E3 କମାଣ୍ଡ ସେଣ୍ଟର ସଫ୍ଟୱେର୍ ଇକୋସିଷ୍ଟମ୍ । ଯାହା କ୍ଲାଉଡ୍ କନେକ୍ଟିଭିଟି ମାଧ୍ୟମରେ ରିଅଲ୍-ଟାଇମ୍ରେ କାର୍ଯ୍ୟ କରିଥାଏ । ଏଥିରେ ୧୦୦ ରୁ ଅଧିକ AI-ବେସ୍ଡ ଏବଂ କନେକ୍ଟେଡ୍ ଫିଚର୍ସ ରହିଛି । ଆସନ୍ତୁ ଏହି ପ୍ରତ୍ୟେକ ଫିଚର୍ସ ଉପରେ ନଜର ପକାଇବା ।
ଫିଚର୍ସ :
AI ହେଲ୍ଥ ସ୍କାନ୍: ଏହି ଫିଚର୍ସ ମାଧ୍ୟମରେ ୧୦ ସେକେଣ୍ଡ ମଧ୍ୟରେ ସ୍କୁଟିର ହେଲ୍ଥ ଯାଞ୍ଚ କରିନେବ । ଯେକୌଣସି ତ୍ରୁଟି କିମ୍ବା ସମ୍ଭାବ୍ୟ ସମସ୍ୟାର ଆଗୁଆ ସୂଚନା ଦେବ ।
ସ୍ମାର୍ଟ ଟ୍ରିପ୍ ପ୍ଲାନର : ଯାତ୍ରା ସମୟରେ ଚାର୍ଜିଂ ଷ୍ଟେସନ୍ ଖୋଜିବା, ବ୍ୟାଟେରୀର ସ୍ଥିତି ଏବଂ ରୁଟ୍ ଆନାଲାଇସିସ କରିବାରେ AI ସାହାଯ୍ୟ କରେ । ସର୍ଭିସର ଆବଶ୍ୟକତା ପଡ଼ିବା ପୂର୍ବରୁ ପ୍ରଥମେ ପ୍ରୋଡେକ୍ଟିଭ୍ ଆଲର୍ଟ ପଠାଇଥାଏ ।
ସୁରକ୍ଷା ଏବଂ ଡ୍ୟାସକ୍ୟାମ୍ ସପୋର୍ଟ: ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ସ୍କୁଟରରେ ଇନ୍-ବିଲ୍ଟ ଡ୍ୟାସକ୍ୟାମ୍ ସପୋର୍ଟ, ଏମରଜେନ୍ସି SOS ଆସିଷ୍ଟେସ୍, ଜିଓ-ଫେସିଂ ଏବଂ ଲାଇଭ୍ ଟର୍ନ-ବାଇ-ଟର୍ନ ନାଭିଗେସନ୍ ଭଳି ସୁବିଧା ରହିଛି ।
୫ ଇଞ୍ଚ ଡିସପ୍ଲେ : ଡ୍ରାଇଭରଙ୍କ ସୂଚନା ପାଇଁ, ଏଥିରେ ଏକ ୫ ଇଞ୍ଚ ଡିଜିଟାଲ୍ LCD ସ୍କ୍ରିନ୍ ଅଛି ଯାହା ସହଜରେ ସ୍ମାର୍ଟଫୋନ୍ ସହିତ କନେକ୍ଟେଡ୍ ହୋଇପାରେ ।
ଆପଣଙ୍କୁ ଏହା ମଧ୍ୟ ଜଣାଇ ରଖୁଛୁ ଯେ, E3 Trion TRIAXISFRAME ମଡ୍ୟୁଲାର୍ ଆର୍କିଟେକ୍ଚରରେ ନିର୍ମିତ । ଏହାର ସମ୍ପୂର୍ଣ୍ଣ ଡିଜାଇନ୍ ମାର୍ସ ରୋଭର ଦ୍ୱାରା ଅନୁପ୍ରାଣିତ । ସାମ୍ନାରେ ଡୁଆଲ୍ ପ୍ରୋଜେକ୍ଟର LED ହେଡଲ୍ୟାମ୍ପ ଏବଂ ରିୟରରେ ପ୍ରିମିୟମ୍ ଟେଲଲାଇଟ୍ସ ଦେଖିବାକୁ ମିଳୁଛି । ଖରାପ ରାସ୍ତାରେ ଭଲ ରାଇଡ୍ କ୍ବାଲିଟି ପାଇଁ ଏଥିରେ ୧୪ ଇଞ୍ଚର ବଡ଼ ଅଲାୟ ହ୍ବିଲର ସୁବିଧା ଯୋଗାଇ ଦିଆଯାଇଛି ।
ଏହା ସହିତ, ଏହାର ସିଟ୍ ତଳେ, ଗ୍ଲୋଭ୍ ବାକ୍ସ ଏବଂ ଫ୍ଲୋରବୋର୍ଡ ସମେତ ୫୨ ଲିଟରର ଏକ ବଡ଼ ବୁଟ୍ ସ୍ପେସ୍ ମିଳିଛି । ଗ୍ରାହକଙ୍କ ବିଶ୍ୱାସ ଜିତିବା ଏବଂ ମେଣ୍ଟେନାନ୍ସର ଚିନ୍ତାକୁ ଦୂର କରିବା ପାଇଁ, କମ୍ପାନୀ ଏହି ସ୍କୁଟର ଏବଂ ଏହାର ବ୍ୟାଟେରୀ ଉପରେ ୮ ବର୍ଷ କିମ୍ବା ୧୦୦,୦୦୦ କିଲୋମିଟରର ଲମ୍ବା ୱାରେଣ୍ଟି ପ୍ରଦାନ କରୁଛି । ଏହି ସ୍କୁଟରକୁ ୬ଟି କଲରସୋଲାର ରେଡ୍, ମିଷ୍ଟି ଗ୍ରୀନ୍, ଗ୍ରାଫାଇଟ୍ ଗ୍ରେ, ନୋଭା ବ୍ଲୁ, ଟିଲ୍ ବ୍ଲୁ ଏବଂ ଲୁନା ହ୍ୱାଇଟରେ ଲଞ୍ଚ କରାଯାଇଛି ।
ପ୍ରାଇସ :
ଏଥିସହ E3 Trion ଇଲେକ୍ଟ୍ରିକ୍ ସ୍କୁଟରକୁ କମ୍ପାନୀ ୩ଟି ଭାରିଆଣ୍ଟରେ ଲଞ୍ଚ କରିଛି । ଯେଉଁଥିରେ C1, C1x ଏବଂ C2 ମଡେଲ ସାମିଲ ରହିଛି ।
Trion C1: ଏହା କମ୍ପାନୀର ବେସ୍ ମଡେଲ୍ ହେବ ଏବଂ ଏଥିରେ 2.3 kWh ରିମୁଭେବଲ୍ ଲିଥିୟମ୍ ଆଇରନ୍ ଫସଫେଟ୍ ବ୍ୟାଟେରୀ ରହିଛି । ଆପଣ ଏହାକୁ ଘରେ ହେଉ କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ସହଜରେ ଚାର୍ଜ କରିପାରିବେ । ଯାହାର ଏକ୍ସ-ଶୋରୁମ୍ ମୂଲ୍ୟ ୯୯,୯୯୯ଟଙ୍କା ରଖାଯାଇଛି ।
Trion C1x: ଏହି ମଡେଲ କମ୍ପାନୀର ମିଡ ଭାରିଆଣ୍ଟର । ଏଥିରେ 3 kWh ଫିକ୍ସଡ୍ ବ୍ୟାଟେରୀ ରହିଛି । ଯାହା ଗୋଟିଏ ଚାର୍ଜରେ 165 କିଲୋମିଟର ପର୍ଯ୍ୟନ୍ତ ଭଲ ରେଞ୍ଜ ପ୍ରଦାନ କରିଥାଏ । ଯାହାର ମୂଲ୍ୟ ୧.୯ ଲକ୍ଷ ଟଙ୍କା ରଖାଯାଇଛି ।
ଟ୍ରାୟନ C2: ଯଦିଓ ଏହି ମଡେଲଟି ଲାଇନଅପର ପରଫରମାନ୍ସ ଓରିଏଣ୍ଟଟେଡ୍ ମଡେଲ । ଏଥିରେ 3 kWh ଫିକ୍ସଡ ବ୍ୟାଟେରୀ ମଧ୍ୟ ରହିଛି, କିନ୍ତୁ ଏହା ଅଧିକ ପାୱାରଫୁଲ 3.5 kW ମୋଟର ଦ୍ୱାରା ଚାଳିତ । ଏହାର ଟପ୍ ସ୍ପିଡ୍ ୮୨ କିମି/ଘଣ୍ଟା ଏବଂ ଏହାର ଏକ୍ସ ଶୋରୁମର ମୂଲ୍ୟ ୧.୧୯ ଲକ୍ଷ ଟଙ୍କା ରହିଛି ।
